ବାରିପଦା କ୍ରିକେଟ ଏକାଡେମୀ ଆନୁକୁଲ୍ୟରେ ବାରିପଦା ମଧୁବନ ଷ୍ଟାଡିୟମ ଠାରେ ସୋମବାର ଦିନ ପ୍ରାୟ ୯ ଟାରେ ଉଦ୍ଘାଟିତ ହୋଇଯାଇଛି ଦ୍ଵିତୀୟ ୧୬ ବର୍ଷରୁ କମ୍ ଆନ୍ତ ରାଜ୍ୟ ଟି ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ମୟୂରଭଞ୍ଜ କ୍ରୀଡା ସଂସଦ ସମ୍ପାଦକ ବିଜୟ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି।