ଆଠଗଡ: ଆଠଗଡ ରଥଗଡା ସ୍ଥିତ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ
ଆଜି ରାତ୍ରରେ ଆଠଗଡ ବ୍ଲକ୍ ଅନ୍ତର୍ଗତ କଟକିଆସାହି ଗ୍ରାମ ପଞ୍ଚାୟତ ଅଧୀନ ବନ୍ଧହଟା ଗ୍ରାମର ୯ ଜଣ ଯୁବକ ଅନ୍ୟ ଦଳ ଛାଡି ଭାରତୀୟ ଜନତା ପାର୍ଟିରେ ସାମିଲ୍ ହୋଇଛନ୍ତି।ଆଠଗଡ ବରିଷ୍ଠ ବିଜେପି ନେତା ତଥା ଆଠଗଡ ବିଜେପି ବିଧାୟକ ପାର୍ଥୀ ଅଭୟ ବାରିକଙ୍କ ନେତୃତ୍ୱରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକାଭିମୁଖୀ ଯୋଜନା ଓ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ବନ୍ଧହଟା ଗ୍ରାମର ଲୋକମାନେ ବିଜେପିରେ ସାମିଲ ହୋଇଥିଲେ।