ଜମନକିରା ବ୍ଲକ ଅଫିସ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୁଲ୍ୟରେ ବୁଧବାର ଆୟୋଜିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମ ରେ ବିଡ଼ିଓ ରବୀନ୍ଦ୍ର ସେଠିଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୌରଚନ୍ଦ୍ର ପାଣି, BSSO ରଞ୍ଜିତ ସାହୁ ଓ PA ସୁଧୀର କୁମାର ଶତପଥୀ ଅତିଥି ଭାବେ ଉପସ୍ଥିତ ରହିଥିଲେ। ଏହି ଅବସରରେ ମୋଟ ୧୪୭ ଜଣଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ୧୭ ଜଣଙ୍କୁ ବିଭିନ୍ନ ସହାୟକ ଉପକରଣ ବଣ୍ଟନ କରାଯାଇଥିଲା।