ବଲାଙ୍ଗୀର: ଆଗଲପୁର ବ୍ଲକରେ ସଫେଇ ମିତ୍ର ସୁରକ୍ଷା ଶିବିର ଅନୁଷ୍ଠିତ
ଆଗଲପୁର ବ୍ଲକରେ ସଫେଇ ମିତ୍ର ସୁରକ୍ଷା ଶିବିର ଅନୁଷ୍ଠିତ ଆଗଲପୁର ବ୍ଲକ ପରିସରରେ ସଫେଇ ମିତ୍ର ସୁରକ୍ଷା ଶିବିର ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ବିଆରସି ଅଂଶୁମାନ ଦେବ ବାବୁଙ୍କ ନେତୃତ୍ୱ ରହିଥିଲା। ସ୍ବଚ୍ଛତା ମିଶନ ଗାଡ଼ି ଡ୍ରାଇଭରଙ୍କର ସ୍ବାସ୍ଥ୍ୟ ପରୀକ୍ଷା ସହ ଗ୍ରାମ ପଞ୍ଚାୟତ ସହଯୋଗୀ ମିଶି ସଫେଇ କାର୍ଯ୍ୟ କରାଯାଇଥିଲା। ବ୍ଲକ ସଭା ଗୃହରେ ଏକ ଦିବସୀୟ କର୍ମଶାଳା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜଳ ସମ୍ପଦ କର୍ମଚାରୀ ଓ ବିଭିନ୍ନ ସ୍ଥାନୀୟ ପ୍ରତିନିଧି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।