ଯୋଡା: ୫୨୦ନଂ ଜାତୀୟ ରାଜପଥର କଳାପାହାଡ ଠାରେ ଭାରସାମ୍ୟ ହରାଇ ଓଲଟିଲା ଆଇରନ ବୋଝେଇ ଟ୍ରଲର, ଚାଳକ ଆହତ
ସୂଚନାରୁ ପ୍ରକାଶ ଆଜି ସକାଳ ୮ ଘଟିକାରେ ବଡବିଲ ପଟୁ ବକାରୋ ଅଭିମୂଖେ ଏକ ଟ୍ରଲର ଆଇରନ ବୋଝେଇ କରି ଯାଉଥିବା ବେଳେ ଭାରସାମ୍ୟ ହରାଇ କଳା ପାହାଡ ଠାରେ ଓଲଟି ପଡ଼ିଥିଲା । ତେବେ ଚାଳକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । .