ସୁକିନ୍ଦା: ସୁକିନ୍ଦାଗଡରେ ମା ଦୂର୍ଗାଙ୍କ ପୂଜା ମହାଆଡ଼ମ୍ବରରେ ପାଳିତ, ଶତାଧିକ ଭକ୍ତଙ୍କ ସମାଗମ
Sukinda, Jajpur | Sep 30, 2025 ସୁକିନ୍ଦାଗଡରେ ଥିବା ମା ଦୁର୍ଗତି ନାସିନି ଦୁର୍ଗା ଦେବୀଙ୍କ ପୀଠରେ ଅଷ୍ଟମୀ ପୂଜା ଓ ସୁକିନ୍ଦା ଥାନା ପାଖ ପୂଜା ମଣ୍ଡପରେ ସପ୍ତମୀ ପୂଜା ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ରାଜା ରାଜୁଡ଼ା ସମୟରୁ ଏହି ପୀଠରେ ଓ ଥାନା ପାଖ ପୂଜା ମଣ୍ଡପରେ ମାଙ୍କ ପୂଜା ଯଥାବିଧି ଅନୁଷ୍ଠିତ ହୋଇଆସୁଛି । ସୁକିନ୍ଦା ତଥା ଆଖପାଖ ଅଞ୍ଚଳର ଶତାଧିକ ଭକ୍ତ ଏହି ପୀଠ ଓ ପୂଜା ମଣ୍ଡପରେ ମାଙ୍କ ପୂଜା କରିବା ସହ ଆଶିର୍ବାଦ ଲାଭ କରିବା ପାଇଁ ସମାଗମ ହେଉଥିବା ସୋମବାର ରାତି 10 ଘଟିକା ପର୍ୟ୍ୟନ୍ତ ଦେଖିବାକୁ ।ସୁକିନ୍ଦା ଗଡ ରାଜା ସାହେବ୍ ଭୁଦେବ ଭୂପତି ହରିଚନ୍ଦନ ମହାପାତ୍ର ପୂଜାରେ ଉପସ୍ଥିତ ଥିଲେ ।