ଭବାନୀପାଲି ଗ୍ରାମରେ ହାତୀ ଉପଦ୍ରବ , ବ୍ୟାପକ ପନିପରିବା ଚାଷ ନଷ୍ଟ ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ ଅନ୍ତର୍ଗତ ଭବାନୀ ପାଲି ରେ ପଡାରେ ଗତକାଲି ବୁଧବାର ବିଳମ୍ବିତ ରାତିରେ ହାତୀପଲ ଆସି ଅଞ୍ଚଳର ପନିପରିବା ଚାଷୀଙ୍କ ବ୍ୟାପକ ପନିପରିବା ଚାଷ ନଷ୍ଟ କରିବା ସହ ମାଡ଼ି ଦଳି ନଷ୍ଟ କରିଦେଇଛନ୍ତି । ଗ୍ରାମର ସୂର୍ଯ୍ୟ ନାରାୟଣ ବାରିକ , ରୁକମନ ପଧାନ ଓ ସୁଦର୍ଶନ ସ୍ବାଇଁଙ୍କ ବ୍ୟାପକ ପନିପରିବା ଚାଷ ନଷ୍ଟ କରିଥିବା ଜଣାପଡିଛି । ଏନେଇ ଗୁରୁବାର ସକାଳେ ଚାଷୀ ମାନେ କ୍ଷୟକ୍ଷତି ର ଆକଳନ କରି କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।