ଆଜି ଦିନିକିଆ ଅନୁଗୋଳ ଗସ୍ତରେ ଆସି ପୂର୍ବାହ୍ନ 11 ଟାରେ ଏକାଧିକ କାର୍ଯକ୍ରମରେ ଯୋଗ ଦେଇଛନ୍ତି ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଏହି ଅବସରରେ ଜିଲ୍ଲା ସର୍କିଟ ହାଉସରେ ମନ୍ତ୍ରୀ ଙ୍କୁ ସ୍ଵାଗତ କରିଥିଲେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା। ପରେ ନିଜ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ଓ ଦାବି କୁ ନେଇ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ଅନ୍ୟ ଲୋକ ପ୍ରତିନିଧି ଓ ଅଧିକାରୀ ଉପସ୍ଥିତି ଥିଲେ।