ଲଗାତାର ଦ୍ୱିତୀୟ ଦିନରେ ବଡ଼ ଧରଣର କ୍ରାସ ହେଲା ସୁନା ଓ ରୁପା ମାର୍କେଟ । ରବିବାର କେନ୍ଦ୍ର ବଜେଟ ଆଗତ ହେବା ପୂର୍ବରୁ MCXରେ ରୁପା ଦାମ୍ 9 ପ୍ରତିଶତ ହ୍ରାସ ପାଇ 26 ହଜାର ଟଙ୍କା ଶସ୍ତା ହୋଇଛି । ଫଳରେ ଏବେ ରୁପା ଦର କିଲୋ ପିଛା ₹2.65 ଲକ୍ଷ ଟଙ୍କାରେ ପହଞ୍ଚିଛି । କେବଳ ଏତିକି ନୁହେଁ, ସୁନା ଦାମରେ ମଧ୍ଯ 8 ପ୍ରତିଶତ ହ୍ରାସ ପାଇ ପାଖାପାଖି 12 ହଜାର ଟଙ୍କା ଶସ୍ତା ହୋଇଛି । ଅର୍ଥାତ ଏବେ ସୁନା ଦାମ ପାଖାପାଖି 1 ଲକ୍ଷ 38 ହଜାର ଟଙ୍କାକୁ ଖସି ଆସିଛି ।