କୋଶଳ କଳାମଣ୍ଡଳ ପଡିଆରେ ଚାଲିଥିବା ଲୋକ ଉତ୍ସବ ମଞ୍ଚରେ ବଲାଙ୍ଗୀର ଜିଲ୍ଲାର ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନମାନଙ୍କ ଦ୍ୱାରା ବିଭିନ୍ନ ଲୋକ କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ମନୋହର କରିଥିଲା। ନୃତ୍ୟ, ସଙ୍ଗୀତ ଓ ଲୋକନାଟ୍ୟର ସୁନ୍ଦର ପରିବେଷଣ ମାଧ୍ୟମରେ କୋଶଳ ଅଞ୍ଚଳର ସଂସ୍କୃତିକୁ ଉଜାଗର କରାଯାଇଥିଲା। ଏହି ଅବସରରେ କଳାକାରମାନେ ପ୍ରତିକ୍ରିୟା ରଖି କହିଥିଲେ ଯେ ଲୋକ ଉତ୍ସବ ଭଳି ମଞ୍ଚ ଲୋକ କଳାର ସଂରକ୍ଷଣ ଓ ପ୍ରଚାର ପାଇଁ ବଡ଼ ଅବସର ସୃଷ୍ଟି କରୁଛି।