ସିମୁଳିଆ: ନନ୍ଦୁରୁ ଗ୍ରାମ ରେ ରାସ୍ତା କାମ ରେ ବଳକା ଥିବା ମେଣ୍ଟାଲ ଓ ବାଲି କୁ ନେଇ ମାରପିଟ ଥାନା ରେ ଅଭିଯୋଗ,
ରାସ୍ତା କାମ ରେ ବଳକା ଥିବା ଚିପ୍ସ ଓ ମେଣ୍ଟାଲ ଓ ବାଲି କୁ ନେଇ ମାରପିଟ, ଥାନାରେ ଅଭିଯୋଗ l ଖଇରା ବ୍ଲକ ନନ୍ଦୁରୁ ଗ୍ରାମ ରେ ସତ୍ୟଭାମା ନାୟକ ଙ୍କ ଘର ଆଗ ଦେଇ ନୂତନ କକ୍ରିଟ କାମ ହୋଇଥିବା ବେଳେ କାମ ଶେଷ ପରେ କିଛି ଚିପ୍ସ, ମେଣ୍ଟାଲ ଓ ବାଲି ବଳକା ଥିବାରୁ ସତ୍ୟଭାମା ଠିକାଦାର ଙ୍କୁ ଜଣାଇ ନିଜ ଘରକୁ ନେଉଥିବା ବେଳେ ଉକ୍ତ ଗ୍ରାମ ର ଦୌପଦି ନାୟକ ଓ ତାଙ୍କ ଝିଅ ମିଳିତ ହୋଇ ସତ୍ୟଭାମା ଙ୍କୁ ଏକ ବାଉଁଶ ବାଡ଼ି ରେ ଆକ୍ରମଣ କରିବା ସହିତ ହାତ କୁ କାମୁଡି ଦେଇଥିଲେ l ସତ୍ୟଭାମା ଆହତ ହୋଇ ଖଇରା ମେଡିକାଲ ରେ ଚିକିତ୍ସା ପରେ ଆଜି ଖଇରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l