ଝାରସୁଗୁଡା: ସାରଙ୍ଗଲୋଇ ଗ୍ରାମପଞ୍ଚାୟତ ନଗରୁପତ୍ରା ଗ୍ରାମରେ କରମସାନି ପୂଜା ସହିତ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ସାରଙ୍ଗଲୋଇ ଗ୍ରାମପଞ୍ଚାୟତର ନଗରୁପତ୍ରା ଗ୍ରାମରେ ଅନୁଷ୍ଠିତ ହେଉଛି କରମସାନି ପୂଜା ଏବଂ ଏହି ଅବସରରେ ଗ୍ରାମରେ ଏକ ଫୁଟବଲ ତୁର୍ଣ୍ଣାମେଣ୍ଟ ମଧ୍ୟ ଆୟୋଜିତ ହେଉଛି। ତେବେ ଆଜି ଦିନ ତିନିଟା ସମୟରେ ଝାରସୁଗୁଡା ର ପୁର୍ବତନ ବିଧାୟିକା ଦୀପାଲି ଦାସ ଆୟୋଜିତ ହେଉଥିବା କରମସାନି ପୂଜା ଓ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ଗ୍ରାମରେ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଇ ସମସ୍ତ ଦଳ ଓ ଆୟୋଜକଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।