ଲୋଇସିଂହା: ଲୋଇସିଂହା ଠାରେ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଲୋଇସିଂହା ଠାରେ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହଲିଂ ତ୍ରିରଙ୍ଗା ଆମର ଗର୍ବ, ତ୍ରିରଙ୍ଗା ଆମର ସମ୍ମାନ, ତ୍ରିରଙ୍ଗା ଆମର ପରିଚୟ"—ଏହି ସ୍ଲୋଗାନ୍ ସହିତ ଆଜି ପୁର୍ବାହ୍ନ ୧୧ଟାରେ ଲୋଇସିଂହାରେ ଶତାଧିକ ଜନସାଧାରଣ, ଦଳୀୟ କାର୍ଯ୍ୟକର୍ତ୍ତା ଓ ଯୁବସାଥିଙ୍କ ଉପସ୍ଥିତିରେ ‘ତ୍ରିରଙ୍ଗା ଶୋଭାଯାତ୍ରା’ ଆୟୋଜିତ ହେଇଥିଲା। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ମୁକେଶ ମହଲିଂ ସାମିଲ ହୋଇ,ଥିଲେ।