ଠିକାଦାରପଡ଼ାରେ ରାମାୟଣ ପରାୟଣ କାର୍ଯ୍ୟକ୍ରମରେ ପୌରାଧକ୍ଷାଙ୍କ ଉପସ୍ଥିତି ଆଜି ଠିକାଦାରପଡ଼ାରେ ଆୟୋଜିତ ରାମାୟଣ ପରାୟଣରେ ପୌରାଧକ୍ଷା ଲିକା ସାହୁ, କାଉନସିଲର ନନ୍ଦିନୀ ପୋଡ଼ ଓ ବରିଷ୍ଠ ବିଜେଡ଼ି ନେତା ଧ୍ରୁବ ଯୁଏଡ ଉପସ୍ଥିତ ହୋଇ ପ୍ରଭୁଙ୍କ ଦର୍ଶନ କରି ପୂଜା ଅର୍ଚ୍ଚନା କଲେ। ସ୍ଥାନୀୟ ଲୋକଙ୍କ ସହ ସକ୍ଷାତ୍ କରି ସମସ୍ତ ବଲାଙ୍ଗୀରବାସୀଙ୍କ ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା ବ୍ୟକ୍ତ କରିଥିବା ପୌରାଧକ୍ଷା କହିଛନ୍ତି ଯେ ଏପରି ଧାର୍ମିକ ଆଚାର–ବିଚାର ସମାଜକୁ ଏକତାର ସୂତ୍ରରେ ବାନ୍ଧେ। ପରାୟଣକୁ ନେଇ ଅଞ୍ଚଳରେ ଭକ୍ତିମୟ ପରିବେଶ ଦେଖାଗଲା।