ଲୋଇସିଂହା ଅଧିନସ୍ଥ ଗୁର୍ଜିଭଟାଠାରେ ଦ୍ୱିତୀୟ ମହାଦେବ ହୋତା ସ୍ମାରକ ଫୁଟବଲ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ସୁରେଶ ମହାଳିଙ୍ଗ ଓ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଭିଜିଲାନ୍ସ ଅଫିସର ଯୁଧିଷ୍ଠିର ପଧାନ ଏବଂ ଗୌରାଙ୍ଗ ନାଏକ ଯୋଗ ଦେଇଥିଲେ। ପ୍ରଥମ ମ୍ୟାଚରେ ସୁଜିଆ ଦଳ ଟ୍ରାଏବ୍ରେକରରେ ସରଗାଡ଼କୁ ୧୨–୧୧ରେ ପରାସ୍ତ କରିଥିଲା। ଦ୍ୱିତୀୟ ମ୍ୟାଚରେ ସକମା ଦଳ ୧–୦ରେ ଗୁର୍ଜିଭଟାକୁ ହରାଇଥିଲା। ସେମିଫାଇନାଲରେ ସକମା ଦଳ ୧–୦ରେ ସୁଜିଆକୁ ପରାସ୍ତ କରି ବିଜୟୀ ହୋଇଥିଲା।