ବଡ ଦିନ ପର୍ବର ଟିଟିଲାଗଡ଼ ସିଏନ ଆଇ ଚର୍ଚ୍ଚ ତରଫରୁ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ଚର୍ଚ୍ଚ ଠାରୁ ଏକ ବିରାଟ କ୍ୟାଣ୍ଡେଲ ରେଲି ବାହାରି ସହର ପରିକ୍ରମା କରିଥିଲେ। ଏଥିରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଭାଇ ଭଉଣୀ ମାନେ ହାତରେ କ୍ୟାଣ୍ଡେଲ ଧରି ପ୍ରଭୁ ଯୀଶୁଙ୍କର ଜନ୍ମ ବାର୍ତା ଦେବା ଉଦ୍ଦେଶ୍ୟରେ ସହର ପରିକ୍ରମା କରି ପୁଣି ଚର୍ଚ୍ଚକୁ ଫେରିଥିଲେ। ଏହି ଶୋଭାଯାତ୍ରାରେ ସାଣ୍ଟାକୃଜ ବେଶରେ ସଜ୍ଜିତ ହୋଇ ସାଣ୍ଟା ବାଟରେ ଛିଡ଼ା ହୋଇଥିବା ଛୁଆ ମାନଙ୍କୁ ଚକୋଲେଟ୍ ବାଣ୍ଟିଥିବା ଦେଖିବାକୁ ମିଳିଥିଲା।