ଆଜି ରାତି ୮ଟା ସମୟରେ ବଲାଙ୍ଗିର ଆନନ୍ଦ ନଗର ଠାରେ ଖ୍ରୀଷ୍ଟିଆନ ସମାଜ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୂଖ୍ୟ ଅତିଥି ଭାବେ ବଲାଙ୍ଗିର ପୌରଧକ୍ଷା ଲୀକା ସାହୁ ଯୋଗା ଦେଇଥିଲେ। ଏହି ବୈଠକରେ ଆଗକୁ ଆସୁଥିବା ଖ୍ରୀଷ୍ଟମାସ କେମିତି ଭାବେ ପାଳନ ହେବ ସେନେଇ ଆଲୋଚନା କରଯାଇଥିଲା। ତା ସଙ୍ଗେ ସଙ୍ଗେ ନୂତନ ନିର୍ମାଣାଧୀନ ଖ୍ରୀଷ୍ଟିଆନ ଚର୍ଚ୍ଚ ର ପୁନରୁଦ୍ଧାର ପାଇଁ ପୌରଧକ୍ଷା ଲୀକା ସାହୁଙ୍କ ସହ ଆଲୋଚନା କରିଥିଲେ। ଏଥିରେ ଖ୍ରୀଷ୍ଟିଆନ ସମାଜର ଅନେକ ଯୁବକ ମହିଳା ଯୋଗ ଦେଇଥିଲେ।