ରେଢାଖୋଲ: ହାତୀବାରି ଅଙ୍ଗନବାଡ଼ି କେନ୍ଦ୍ରରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଲୋକାର୍ପିତ
ହାତୀବାରି ଅଙ୍ଗନବାଡ଼ି କେନ୍ଦ୍ରରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଲୋକାର୍ପିତ ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ ହାତୀବାରି ଅଙ୍ଗନବାଡ଼ି କେନ୍ଦ୍ରରେ ବୁଧବାର ସକାଳେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଲୋକାର୍ପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜୁଜୁମୁରା ଜୋନ ୨ ଜିଲ୍ଲା ପରିଷଦ ସଭ୍ୟ ତଥା ସମ୍ବଲପୁର ଜିଲ୍ଲା ପରିଷଦର ଉପ ସଭାପତି ମାଧବ ମିର୍ଦ୍ଧା ଯୋଗଦେଇ ଲୋକାର୍ପିତ କରି ଥିଲେ । ଗ୍ରାମବାସୀଙ୍କ ବହୁତ ଦିନ ଧରି ଦାବି ରହିଥିଲା । ତେଣୁ ଆଜି ଅଙ୍ଗନବାଡ଼ି କେନ୍ଦ୍ର ଠାରେ ବିଶୁଦ୍ଧ ପାନୀୟ ଜଳ ର ଲୋକାର୍ପିତ କାରାଯାଇଛି ।