ବେଆଇନ ଗଞ୍ଜେଇ ଚାଷ ବିରୋଧରେ ଛେଣ୍ଡିପଦା ଅଧିନସ୍ଥ ଜରପଡା ପୋଲିସର ଜାରି ରହିଛି ଅପରେସନ। ଆଜି ପୂର୍ବାହ୍ନ 11 ଟା ରୁ ପୋଲିସ ଓ ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ ଜରପଡା ଥାନା ଅଞ୍ଚଳରେ ଲାଗିଥିବା ବେଆଇନ ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି। ବ୍ୟାପକ ମାତ୍ରାରେ ଲାଗିଥିବା ଗଞ୍ଜେଇ ଗଛ ନଷ୍ଟ କରିବା ସହିତ ନିଶା ମାଫିଆଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।