ଆଜି ବିଜେପି ପାଟଣେଶ୍ବରୀ ମଣ୍ଡଳ ତରଫରୁ ବୀର ବାଲ ଦିବସ ଉତ୍ସାହର ସହିତ ପାଳନ କରାଯାଇଛି। ବଲାଙ୍ଗୀର ମୁନିସିପାଲିଟି ୮ ନମ୍ବର ୱାର୍ଡ ବ୍ରାହ୍ମଣ ପଦା ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଡିସେମ୍ବର ୨୬ ତାରିଖରେ ଶିଖ ଗୁରୁ ଗୋବିନ୍ଦ ସିଂହଙ୍କ ଦୁଇଜଣ ବୀର ବାଳକ ପୁତ୍ରଙ୍କ ବଳିଦାନକୁ ସ୍ମରଣ କରି ଏହି ଦିବସ ପାଳନ କରାଯାଏ। କାର୍ଯ୍ୟକ୍ରମଟି ନଗର ପାଟଣେଶ୍ବରୀ ମଣ୍ଡଳ ସଭାପତି ପାର୍ଥ କର୍ଣ୍ଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ଓ ସଂଯୋଜନା କରିଥିଲେ ଜିଲ୍ଲା ବିଜେପି ସେକ୍ରେଟାରୀ ସରିତା ଯୋଶୀ। ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ ସହ ଅନେକ ବରିଷ