ବଲାଙ୍ଗିର, ହାତିଶାଲପଡା — ଆଜି ହାତିଶାଲପଡା ଅଞ୍ଚଳରେ ଆୟୋଜିତ ରାମାୟଣ ପରାୟଣ କାର୍ଯ୍ୟକ୍ରମରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଯୋଗଦାନ କରିଥିଲେ। ଏହି ଅବସରରେ ସେ ବଲାଙ୍ଗିର ବାସୀଙ୍କ ଶୁଭ କାମନା କରି ସମାଜରେ ଧାର୍ମିକ ଓ ସାଂସ୍କୃତିକ ମୂଲ୍ୟବୋଧକୁ ଅବିଚ୍ଛିନ୍ନ ରଖିବାର ଆହ୍ୱାନ କଲେ। କାର୍ଯ୍ୟକ୍ରମ ସ୍ଥଳରେ ଭକ୍ତମାନଙ୍କ ଭିଡ଼ ଦେଖା ଯାଇଥିଲା। ସ୍ଥାନୀୟ ବାସିନ୍ଦାମାନେ ରାମ ନାମରେ ଭକ୍ତିମୟ ପରିବେଶ ମଧ୍ୟରେ ପରାୟଣ ଶ୍ରବଣ କରି ଆନନ୍ଦିତ ହୋଇଥିଲେ।