ରେମୁଣା: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ
ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ସ୍ଥାନ ପାଇଛନ୍ତି। ମଙ୍ଗଳବାର ଅପରାହ୍ନରେ ବିଜେପି ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରାଯାଇଛି। ପ୍ରଚାର କମିଟିରେ ୪୦ ଜଣିଆ ବରିଷ୍ଠ ନେତା ରହିଛନ୍ତି। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ରହିଛି। ୨୪ ନମ୍ବର ସ୍ଥାନରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ନାମ ରହିଛି।