ବାଲିପାଟଣା: ବ୍ଲକରେ ସଠିକ କାର୍ଯ୍ୟ ହେଉନଥିବା ନେଇ ବିଡିଓଙ୍କୁ ଭେଟି ଅଭିଯୋଗ କଲେ ସାଂସଦଙ୍କ ପ୍ରତିନିଧି
ସରକାର ବଦଳିଲେ କାର୍ଯ୍ୟ ଶୈଳୀ ବଦଳେ। ଅଧିକାରୀମାନେ ମଧ୍ୟ ସେହି ଅନୁସାରେ ନିଜ ଢଙ୍ଗ ବଦଳାନ୍ତି,ମାତ୍ର ସେପରି କିଛି ଢଙ୍ଗରଙ୍ଗ ବାଲିପାଟଣା ବ୍ଲକରେ ବଦଳିନଥିବା ଅନୁଭବ ହେବାରୁ ଭୁବନେଶ୍ୱର ସାଂସଦଙ୍କ ପ୍ରତିନିଧିମାନେ ଶୁକ୍ରବାର ମଧ୍ୟାନ ୧୨ ଟା ସମୟରେ ବିଡ଼ିଓଙ୍କୁ ଭେଟି ଅନୁଦାନ ରାଶିଠିକ ଢଙ୍ଗରେ କାମ ହେଉନଥିବା କ୍ଷୋଭ ପ୍ରକାଶ କରିଛନ୍ତି।