ସୋମବାର ଦିନ ବୌଦ୍ଧ ବ୍ଲକ ଦହ୍ୟା ସ୍ଥିତ ପିଏମ ଶ୍ରୀ ନୋଡାଲ ହାଇସ୍କୁଲ ପରିସରରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l କଣ୍ଟାମାଳ ବିଧାୟକ କନ୍ହାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ | ପ୍ରଧାନ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ୍ ଦୁବେ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ |