ବଲାଙ୍ଗିର ଜିଲ୍ଲା ମନହିରା ପଂଚାୟତ ଅନ୍ତର୍ଗତ ଅମାମୁଣ୍ଡା ଗ୍ରାମରେ ‘ହୋପ’ ଅନୁଷ୍ଠାନ ପକ୍ଷରୁ ପ୍ରାକ୍ ବଡଦିନ ଓ ଶିଶୁ ମହୋତ୍ସବ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଗତ ୧୦ ବର୍ଷ ଧରି ଏହି ଅନୁଷ୍ଠାନ ଅଞ୍ଚଳର ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ପ୍ରଦାନ କରିଆସୁଛି। ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ଡେପୁଟି କଲେକ୍ଟର ସଚ୍ଚିଦାନନ୍ଦ ହନୁମାନ ଛାତ୍ରଛାତ୍ରୀମାନଙ୍କୁ ଭଲ ପାଠପଢ଼ି ଦେଶର ଉନ୍ନତିରେ ଭାଗିଦାର ହେବାକୁ ଆହ୍ୱାନ କରିଥିଲେ।