ସୋନପୁର: ଐତିହାସିକ ତେନ୍ତୁଳିଘାଟ ର ଅଳିଆ ଆବର୍ଜ୍ଜନା ସଫେଇ ପାଇଁ ଜିଲ୍ଲାପାଳ ଙ୍କ ତ୍ୱରିତ ପଦକ୍ଷେପ
ବିଭିନ୍ନ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକ ଓ କିଛି ବୁଦ୍ଧିଜୀବି ଙ୍କ ଠାରୁ ଅବଗତ ହୋଇ ଆଜି ସକାଳ ୯ ଟା ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପ ରାଜ ସାହୁ ସହର ର ସର୍ବ ପୁରାତନ ମହାନଦୀ ତେନ୍ତୁଳି ଘାଟ ପରିଦର୍ଶନ ରେ ପହଞ୍ଚି ଥିଲେ l ଏକଦା ରାଜ୍ୟ ତଥା ରାଜ୍ୟ ବାହାର ର ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଏ ଘାଟ ଦେଇ ଡଙ୍ଗା ସାହାଯ୍ୟରେ ରେ ମହାନଦୀ ପାରିହେବା ସହ ମଧ୍ୟ ଭାଗରେ ଥିବା ମା ଲଙ୍କେଶ୍ଵରୀ ଦେବୀ ଙ୍କୁ ଦର୍ଶନ ଓ ପିକନିକ ପାଇଁ ଆସୁଥିବା ବେଳେ ଏଠାକାର ଏ ଅଳିଆ ଆବର୍ଜ୍ଜନା ଓ ଦୂରାବସ୍ଥା ଲାଗି ପର୍ଯ୍ୟଟକ ନାକ ଟେକୁଥିବା ବିଷୟ ଶୁଣି ପୌର ପ୍ରଶାସନ ଉପରେ ବିରକ୍ତି ପ୍ରକାଶ କରି