ନୀଳଗିରି: ସିମୁଳିଆ ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମଦ ଜବତ ସହ ଦୁଇ ବେପାରୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କଲା ଅବକାରୀ ବିଭାଗ
ବେଆଇନ ମଦ ବିକ୍ରି ଅଭିଯୋଗ ରେ ମଦ ସହିତ ବେପାରୀ 2ଜଣ ଙ୍କୁ ଗିରଫ କଲା ଅବକାରୀ ବିଭାଗ, ଖଇରା ଅବକାରୀ ଅଧିକାରୀ ସୁରଜ କୁମାର ଟୀଗା ଙ୍କ ନେତୃତ୍ୱରେ ଆଜି ବୁଧବାର ସକାଳ 11 ଘଟିକା ସମୟରେ ସିମୁଳିଆ ଥାନା ଅନ୍ତର୍ଗତ କଳାଶୁଣି ଗ୍ରାମ ର ଅମର ବାରିକ ଓ ଜଳଙ୍ଗ ଗ୍ରାମ ର ନବୀନ ଶିଅଳ ବାଇକ ଘରେ ଚଢ଼ାଉ କରି 91 ଲିଟର ରୁ ଅଧିକ ଦେଶୀ ମଦ ଜବଦ କରିବା ସହିତ ଏହି 2ଜଣ ବେପାରୀ କୁ ଆଜି ଅପରାହ୍ନ 4 ଘଟିକା ସମୟରେ କୋର୍ଟ ଚାଲାଣ କରିଛି ଅବକାରୀ ପୋଲିସ ଏଥିରେ ଅନ୍ୟ ଅବକାରୀ କର୍ମଚାରୀ ଏହି ଚଢ଼ାଉ ରେ ସହଯୋଗ କରିଥିଲେ l