ମୟୂରଭଞ୍ଜଜିଲ୍ଲା କପ୍ତିପଦା ବ୍ଲକ ଅନ୍ତର୍ଗତ ପଦ୍ମପୋଖରୀ ଗ୍ରାମ ପଞ୍ଚାୟତ ଧନାସାହିରେ ରାସ୍ତା ନିର୍ମାଣ ପାଇଁ ଅନେକ ଥର ଆନ୍ଦୋଳନ ହୋଇଥିଲା ସତ୍ତ୍ୱେ ରାସ୍ତା ନିର୍ମାଣ ହୋଇନଥିବା କାରଣରୁ ସେଠାକାର ବାସିନ୍ଦା ସମା ମହାକୁଡ଼ଙ୍କ ସ୍ତ୍ରୀ ନାନ୍ଦୀ ମହାକୁଡ଼ଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ଶନିବାର ସକାଳ ୮ ଘଟିକା ସମୟରେ ଏକ ଆମ୍ବୁଲାନ୍ସକୁ ଫୋନ ଯୋଗେ ଡକାଯାଇଥିଲା ହେଲେ ଧନାସାହିର ରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଥିବା ଯୋଗୁଁ ଆମ୍ବୁଲାନ୍ସଟି ଗ୍ରାମକୁ ପହଞ୍ଚି ପାରିନଥିଲା ଯେଉଁଥିପାଇଁ ଗ୍ରାମ ଲୋକ ତାକୁ ଦୀର୍ଘ କି.ମି ରାସ୍ତା ଏକ ଖଟରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହିକି ନେଇଥିଲେ।