ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥ ପୁର ପଞ୍ଚାୟତ ଅନ୍ତର୍ଗତ ଧଅରା ଭଟା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ବରିଷ୍ଠ ଶିକ୍ଷକ ବିବେକାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ବାର୍ଷିକ କ୍ରିଡ଼ା ଉତ୍ସବ ଆଜି ଶୁକ୍ରବାର ଉଦଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଶ୍ଵନାଥ ପୁର ଥାନା ଭାରପ୍ରାପ୍ତ ଅଧିକାରୀ ତୁଳସୀ ରାମ ଶବର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଖେଳ ଶୁଭାରମ୍ଭ କରିଥିଲେ ଏହି ଅବସରରେ ବିଦ୍ୟାଳୟ ଖେଳ ଶିକ୍ଷକ ଅଜୟ କୁମାର ପଳେଇ ଖେଳ ପରିଚାଳନା କରିଥିବା ବେଳେ ଇଂରାଜୀ ଶିକ୍ଷକ ମଞ୍ଚ ପରିଚାଳନା କରିଥିଲେ। ପରିଚାଳନା ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।