ବୀରମହାରାଜପୁର: ଉଫୁଲା ଠାରେ 42 ତମ କାଲିପୂଜା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ
ବୀରମହାରାଜପୁର ଥାନା ଅନ୍ତର୍ଗତ ଉଫୁଲା ଠାରେ 42 ତମ କାଲିପୂଜା ପାଇଁ କଳସ ଶୋଭାଯାତ୍ରା ଆଜି ଅପରାହ୍ନ 2ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଘଣ୍ଟା, ଘାଣ୍ଟି ଢୋଲ ନିଶାନର ତଳେ ତଳେ ଏକ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରି ନିକଟ ମହୂରା କଟାରେ ପହଞ୍ଚିଥିଲେ l ସେଠାରେ ପୂଜକ ଅର୍ଜୁନ ପଣ୍ଡା ଏବଂ ଲିଙ୍କନ ପଣ୍ଡା ଗଙ୍ଗା ମାତାଙ୍କ ପୂଜାର୍ଚ୍ଚନା ପରେ ପୂର୍ଣ୍ଣ କଳସରେ ପାଣି ଆଣି ପୁଜାସ୍ଥଳରେ ସ୍ଥାପନ କରିଥିଲେ l ଆୟୋଜକ ସଭାପତି ପ୍ରଫୁଲ୍ଲ ଦାଙ୍ଗଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କଳସ ଶୋଭାଯାତ୍ରାରେ ସମ୍ପାଦକ ଗୋପୀନାଥ କର୍ଣ୍ଣ, କୋଷାଧ୍ୟକ୍ଷ ପଟାରି ରଣା, ଉପଦେ