ଉପଖଣ୍ଡ ଚଷା ସମାଜ ପକ୍ଷରୁ ରଣେଶ୍ବର ରାମଚଣ୍ଡି ମନ୍ଦିରରୁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପ ଖଣ୍ଡ ଚଷା ସମାଜ ପକ୍ଷରୁ ରଣେଶ୍ବର ରାମଚଣ୍ଡି ମନ୍ଦିରରୁ ଶୁକ୍ରବାର ସକାଳେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅନୁଗୋଳ ଜିଲ୍ଲା ବାମୁର ଠାରେ ରାଜ୍ୟସ୍ତରୀୟ ଚଷା ମହା ସମାବେଶ ଅନୁଷ୍ଠିତ ହେବ । ତେଣୁ ଆଜି ରେଢ଼ାଖୋଲ ଚଷା ସମାଜ ପକ୍ଷରୁ ସ୍ବତନ୍ତ୍ର ପୂଜାର୍ଚ୍ଚନା ପରେ ଏକ ମଶାଲ ଶୋଭାଯାତ୍ରା ସଭା ସ୍ଥଳକୁ ନିଆଯାଇଛି । ଏଥିରେ ଚଷା ସମାଜର ସଦସ୍ୟମାନେ ସାମିଲ ହୋଇଥିଲେ