ଭାରସାମ୍ୟ ହରାଇ ଗଛରେ ପିଡି ହେଲା ଟ୍ରକ। ଚାଳକ ଚାପି ହୋଇ ମୃତ୍ୟୁ ହୋଇଥିବା ସୁଚନା ମିଳିଛି।ଟ୍ରକ ଟି ତାଳଚେର ଠାରୁ କୋଇଲା ବୋଝେଇ ଟିକିରି ଯିବା ସମୟରେ କୋୖଣସି କାରଣ ବଶତଃ ଗଛ ରେ ପିଟି ହୋଇ ଚାପି ହୋଇ ଥିବା ବେଳେ ଘଟଣାସ୍ଥଳରେ ହିଁ ଚାଳକ ର ମୃତ୍ୟୁ ହୋଇଥିବା ଜଣାପଡିଛି। ଏଭଳି ଘଟଣା ଭବାନୀପାଟଣା ଓ ରାୟଗଡ଼ାକୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥ ଢେପଗୁଡା ଠାରେ ଘଟିଛି।ଏହାର ଖବର ପାଇ ବିଶ୍ଵନାଥ ପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଭବାନୀପାଟଣା ଅଗ୍ନିଶମ ବିଭାଗ ପକ୍ଷରୁ ମୃତ୍ୟୁ ଦେହ ଉଦ୍ଧାର କାର୍ଯ୍ୟ ଜାରି।