ଶନିବାର ଦିନ ବାରିପଦାର ଶିଶୁ ଉଦ୍ୟାନ ପରିସରରେ ଆମେ ମୟୂରଭଞ୍ଜିଆ ଓ ବାରିପଦା ପୌର ପରିଷଦ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏକାଦଶ ତମ ସଂସ୍କାର ଶିଶୁ ମହୋତ୍ସବ ମୟୂରୀର ତୃତୀୟ ଦିବସ ରେ କାର୍ଯ୍ୟକାରୀ ଅଧ୍ୟକ୍ଷ ଡ଼ ବନଜା ମହାନ୍ତି ଅଧ୍ୟକ୍ଷତା କରିଥିଲେ। ତୃତୀୟ ଦିବସ ବେଶ ଆକର୍ଷଣ ରେ ଭରି ଯାଇଥିଲା l ସକାଳ ୮ ଟାରୁ ପ୍ରାଥନା ସଭା ଓ ଯୋଗ ଶିବିର ପରେ ପରେ ଦିନ ବ୍ୟାପି ବିଭିନ୍ନ ଗ୍ରୁପର ୧୪ ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ସେହିପରି ସଂଧ୍ୟା ପ୍ରାୟ ୭ଟାରେ ଶିଳ୍ପୀ ସମରେନ୍ଦ୍ର ବେହେରାଙ୍କ ସ୍ମକ ଆର୍ଟ ରେ ମହାରାଜ ଶ୍ରୀରାମ ଚନ୍ଦ୍ର ଙ୍କ ଚିତ୍ର ଅଙ୍କନରେ ସମସ୍ତେ ତାଜୁବ ହୋଇଥିଲେ।