ସମ୍ବଲପୁର ମ୍ୟୁନିସିପାଲଟି: ବିଶ୍ଵବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ କେଶାଇବାହାଲ କଲେଜ୍ ର ଛାତ୍ର ଙ୍କ କୃତିତ୍ୱ
ଝାରସୁଗୁଡ଼ା ଠାରେ ଆୟୋଜିତ ବିଶ୍ଵବିଦ୍ୟାଳୟ ସ୍ତରୀୟ କ୍ରିଡ଼ା ପ୍ରତିଯୋଗିତା ରେ ସମ୍ବଲପୁର ଜିଲ୍ଲା କେଶାଇବାହାଲ କଲେଜ୍ ର ଜଣେ ଛାତ୍ର କୃତିତ୍ୱ ଅର୍ଜନ କରିଥିବା ଜଣାପଡିଛି। ସୂଚନା ଅନୁସାରେ ଝାରସୁଗୁଡ଼ା ସ୍ଥିତ OMP ପଡ଼ିଆ ଠାରେ ବିଶ୍ଵବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ ଏହାର ଟ୍ରିପଲ୍ ଜମ୍ପ୍ ପ୍ରତିଯୋଗିତା ରେ ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ କେଶାଇବାହାଲ ବାସୁଦେବ ଗୋଦାବରୀ ଡ଼ିଗ୍ରୀ କଲେଜ୍ ର ଛାତ୍ର ଥିବା ନରେଶ ରୋହୀଦାସ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କୁ ସୋମବାର ଦିନ କେଶାଇବାହାଲ ଠାରେ ସମ୍ବର୍ଦ୍ଧିତ କରାଯାଇଛି।