ସୋନପୁର: ବଡ ଖମାରରେ ଆୟୋଜିତ ତ୍ରିପୁରାଶୁର ଦରବାରରେ ସମ୍ବର୍ଦ୍ଧିତ ହେଲେ, କମିଟି କର୍ମକର୍ତା ଏବଂ ସେବାୟତ
ସୂଚନା ଅନୁସାରେ ଚଳିତ ବର୍ଷ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ବଡ଼ ଖମାର ଠାରେ 13 ତମ ସାର୍ବଜନୀନ କାଳୀପୂଜା ଉପଲକ୍ଷେ, ଦର୍ଶକଙ୍କ ମନରଞ୍ଜନ ସକାଶେ ଆଜକୁ ଦୀର୍ଘ ଚାରି ଦିନ ଧରୁ ମହାରାଜ ତ୍ରିପୁରାଶୁରଙ୍କ ଦରବାରର ଆୟୋଜନ ହୋଇଥିବା ବେଳେ, ଆଜି ଅନ୍ତିମ ରାଜନୀରେ ମହାରାଜ ତ୍ରିପୁରାଶୁର କମିଟି କର୍ମକର୍ତା ଏବଂ ସେବାୟତ ମାନଙ୍କୁ ଶହ ଶହ ଦର୍ଶକଙ୍କ ଗହଣରେ ସମ୍ବର୍ଦ୍ଧିତ କରିଥିବା ଦେଖିବାକୁ ମିଳିଛି l