ନବରଙ୍ଗପୁର ଅଞ୍ଚଳର ଜଣେ ମହିଳାକୁ ବଳତ୍କାର କରି ଲୁଚାଇଥିବା ଅଭିଯୋଗରେ ଫେରାର ଥିବା ୩ଜଣ ଅଭିଯୁକ୍ତଙ୍କୁ ଜୟପୁର ସଦର ପୋଲିସ ଗିରଫ କରିଛି l ଗିରଫ ୩ଜଣ ଅଭିଯୁକ୍ତ ହେଲେ ଜୟପୁର ସଦରଥାନା ଅନ୍ତର୍ଗତ ପାଞ୍ଜିଆଗୁଡା ଅଞ୍ଚଳର ଭି. ରାମ କ୍ରୀଷ୍ଣା , ଏମ.ବ୍ରହ୍ମାଜି ଓ କେ.ଚିନ୍ନାରାଓ l ଆଜି ରାତ୍ର 8ଟା 30 ମିନିଟ ସମୟରେ ସଦର ପୋଲିସ ତରଫରୁ ସୂଚନା ଦିଆଯାଇଛି l ତିନି ଅଭିଯୁକ୍ତ କୁ ନବରଙ୍ଗପୁର ମହିଳା କୋର୍ଟକୁ ଚାଲାଣ କରାଯାଇଛି। ଗତ ୨୦୦୭ ମସିହାରେ ନବରଙ୍ଗପୁର ଅଞ୍ଚଳର ଜଣେ ମହିଳାଙ୍କୁ ଅପହରଣ କରିଥିବା ସହ ଲୁଚେଇ ନେଇ ନବରଙ୍ଗପୁର ଥାନାରେ ଅଭିଯୋଗ ହୋଇ ମାମଲା ରୁଜୁ ହୋଇଥିଲା।