ଉଦଳା: ଉଦଳା ଏନଏସି ର ଆଞ୍ଚଳିକ ସାଧନ କେନ୍ଦ୍ର ଠାରେ ଶିଶୁ ମହୋତ୍ସବ ସୁରଭି ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ
ଶୁକ୍ରବାର ଦିନ ପ୍ରାୟ ୧୧ଟାରେ ମୟୂରଭଞ୍ଜ ଜିଲ୍ଲା ଉଦଳା ଏନଏସି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ର ଆଞ୍ଚଳିକ ସାଧନ କେନ୍ଦ୍ର ଠାରେ ଉଦଳା ଏନଏସି ଆନୁକୂଲ୍ୟରେ ଶିଶୁ ମହୋତ୍ସବ ସୁରଭି ୨୦୨୫ ସମାହାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଉଦଳା ବିଧାୟକ ଭାସ୍କର ମଢେଇ, ଉଦଳା ଏନଏସି ର ଅଧ୍ୟକ୍ଷା ପ୍ରମିଳା ପଣ୍ଡା ଓ ଅନ୍ୟାନ୍ୟ ବରିଷ୍ଠ ବ୍ୟକ୍ତିବିଶେଷ ମାନେ ଯୋଗ ଦେଇଥିଲେ।