ନୂଆପଡା ଉପନିର୍ବାଚନ–2025 ଦୃଷ୍ଟିରେ ଝରବନ୍ଧ ଥାନା ଅଧୀନ ବରଗଡ଼–ନୂଆପଡା ଜିଲ୍ଲା ସୀମାରେ ଯାନବାହନ ଯାଞ୍ଚ ଜୋରଦାର କରାଯାଇଛି।ଝାରବନ୍ଧ ଥାନାଧିକାରୀ ଙ୍କ ନେତୃତ୍ୱରେ ଆଜି ସନ୍ଧ୍ୟା 6ଟା ସମୟରେ ଯାତ୍ରୀ ଓ ଗାଡ଼ି ଗୁଡ଼ିକର ସତର୍କ ତଦାରଖ କରାଯାଉଛି। ଅବାଞ୍ଛିତ ଅସ୍ତ୍ର, ନଗଦ ଓ ମଦ୍ୟ ଆଦି ପରିବହନ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି। ଜିଲ୍ଲା ପୁଲିସ ପ୍ରଶାସନ ସମସ୍ତ ପ୍ରବେଶ ପଥରେ ବିଶେଷ ଟିମ ନିଯୁକ୍ତ କରିଛି। ନିର୍ବାଚନ କାଳୀନ ସମୟରେ ଶାନ୍ତି ଓ ଶୃଙ୍ଖଳା ରଖିବା ନିମନ୍ତେ ପ୍ରଶାସନ ସତର୍କ ରହିଛି।