ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଅପରାହ୍ନ 1ଟା ସମୟରେ ଅନୁଷ୍ଠିତ ହେଲା ଅନ୍ୱେଷା ଯୋଜନା ସମୀକ୍ଷା ବୈଠକ। ବୈଠକରେ ଜିଲ୍ଲାପାଳ, ବଲାଙ୍ଗୀରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ କମିଟି ର ସଦସ୍ୟମାନେ ଯୋଗଦେଇ ସହରାଞ୍ଚଳରେ ଶିକ୍ଷା କାର୍ଯ୍ୟକ୍ରମର ସଠିକ୍ କାର୍ଯ୍ୟାନ୍ୱୟନ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଅନ୍ୱେଷା ଯୋଜନା ଅଧୀନରେ ଶିକ୍ଷାର ଗୁଣତ୍ତ୍ୱବୃଦ୍ଧି, ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଭର୍ତ୍ତି ଓ ଉପସ୍ଥାନ ବୃଦ୍ଧି, ତଥା ଅଭିଭାବକ ସହଭାଗୀତା ବୃଦ୍ଧି ପାଇଁ ନିଷ୍ପାଦିତ କାର୍ଯ୍ୟଗୁଡିକୁ ବୈଠକରେ ଆଲୋଚନା କରାଯାଇଛି।