ବଲାଙ୍ଗୀର ଆଗଲପୁର ବ୍ଲକର ସାଲେଭଟା ଗ୍ରାମରେ ନବନିର୍ମିତ ମା’ ଦୁର୍ଗା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଉତ୍ସବମୁଖର ପରିବେଶରେ ଆରମ୍ଭ ହୋଇଛି । ଗ୍ରାମବାସୀ ଅଙ୍ଗନଦୀରୁ ଜଳପୂର୍ଣ୍ଣ କଳସ ଆଣି ଶୋଭାଯାତ୍ରା ସହିତ ଯଜ୍ଞମଣ୍ଡପରେ ସ୍ଥାପନ କରିଥିଲେ । ଯଜ୍ଞ ଓ ପ୍ରତିଷ୍ଠା କାର୍ଯ୍ୟ ସୁଦର୍ଶନ ତ୍ରିପାଠୀଙ୍କ ନେତୃତ୍ୱରେ ଚାଲିଛି, ଯେଉଁଠି କର୍ତାଭାବରେ ଆକାଶ ମିଶ୍ର ଓ ତାଙ୍କ ସହଧର୍ମିଣୀ ଇତିଶ୍ରୀ ମିଶ୍ର ଅଛନ୍ତି ।