ଗୋବିନ୍ଦପୁର: ବାମରା ତହସିଲ ଅଫିସ ପରିସରରେ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଉଦଘାଟିତ
ବାମରା ତହସିଲ କାର୍ଯ୍ୟାଳୟ ପରିସରରେ ଶନିବାର ଦିନ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଉଦଘାଟିତ ହୋଇଥିବା ବେଳେ ବର୍ତ୍ତମାନ ବାମରା ଠାରେ ଜମି କିଣାବିକା ଓ ବିବାହ ପଞ୍ଜିକାରଣ ହୋଇ ପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ବାମରା ବ୍ଲକ ଅଧ୍ୟକ୍ଷା ପିଙ୍କି ଧୁରୁଆ ଏବଂ କୁଚିଣ୍ଡା ଉପ ଜିଲ୍ଲାପାଳ ସି ସର୍ବାନନ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଉଦଘାଟନ କରିଥିଲେ।