ଆନନ୍ଦପୁର: ଶାସଙ୍ଗ ହାଇସ୍କୁଲରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ, ଯୋଗଦେଲେ ବିଡ଼ିଓ ଓ ବ୍ଲକ ଶିକ୍ଷା ଅଧିକାରୀ
କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କୁ ପୋଷାକ ବଣ୍ଟନ କରାଯାଇଛି। ଏଥିଲାଗି ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ପତିଙ୍କ ଅଧ୍ୟକ୍ଷତାରେ ଦିନ ୨ଟା ବେଳେ ଆୟୋଜିତ ଉତ୍ସବରେ ହାଟଡିହି ବ୍ଲକ ବିଡ଼ିଓ ରଞ୍ଜନ କୁମାର ପରିଡା, ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ ଯୋଗଦେଇ ୧୦୧ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ପୋଷାକ ବଣ୍ଟନ କରିବା ସହିତ ଲଷ୍ମୀ ନାରାୟଣ ଏଜେନସି ପକ୍ଷରୁ ଗୋଟିଏ ଲେଖାଏଁ ପାଣି ବୋତଲ ବଣ୍ଟନ କରିଥିଲେ।