ମୟୂରଭଞ୍ଜ ଜିଲ୍ଲାର ୩ ଜଣ ସଫଳ ଖେଳାଳିଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଶୁକ୍ରବାର ସଂଧ୍ୟା ପ୍ରାୟ ୬ ଟାରେ ସମ୍ମାନୀତ କରିବାକୁ ସମ୍ମିଳନୀ କକ୍ଷ ଠାରେ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକ ଉପସ୍ଥିତ ରହି ତିନି ଖେଳାଳିଙ୍କୁ ସମ୍ୱର୍ଦ୍ଧିତ କରିଥିଲେ।