ଜୁଜୁମୁରା: କଲପାପଡା ଗ୍ରାମରେ ଖଳାରୁ ଅମଳ ଧାନ ଖାଇଲା ହାତୀ
କଲପାପଡା ଗ୍ରାମରେ ଖଳାରୁ ଅମଳ ଧାନ ଖାଇଲା ହାତୀ ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ ନୁଆ ବରଗାଁ ମାଲ ପଞ୍ଚାୟତ ଅନ୍ତର୍ଗତ କଳପାପଡା ଗ୍ରାମରେ ଧାନ ଖଳାରୁ ଶୁକ୍ରବାର ରାତିରେ ଏକ ଦନ୍ତାହାତୀ ହାତୀ ଆସି ଉପଦ୍ରବ କରିଛି । ଗାଁର ଚାଷୀ ଜଙ୍ଗ ଡୁଙ୍ଗ ଡୁଙ୍ଗ ଧାନ କ୍ଷେତରୁ ପାଚିଲା ଧାନ ସବୁ ଆଣି ନିଜ ଖଳା ରେ ଗଚ୍ଛିତ ରଖିଥିଲେ । ହେଲେ ଏକ ଦନ୍ତାହାତୀ ହାତୀ ଆସି ଧାନ ଫସଲ ସବୁ ଖାଇବା ସହ ନଷ୍ଟ କରିଦେଛି । ସେହିପରି ସୁକେସ କିଡୋ ଙ୍କ ଧାନ କ୍ଷେତରେ ହାତୀ ପଲ ପାଚିଲା ଧାନ ଫସଲ ଖାଇବା ସହ ମାଡିଦଳି ନଷ୍ଟ କରିଦେଇଛନ୍ତି ଫଳରେ ଚାଷି ଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି ।