ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଝରଣିପାଲି ଗ୍ରାମରେ ସ୍ବର୍ଗତ ନିରାକାର ସାହୁଙ୍କ ନବମ ପୁଣ୍ୟତିଥି ଅବସରରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟ ଦ୍ୱାରା ଆୟୋଜିତ ଚକ୍ଷୁ ଶିବିରରେ ୧୪୨ ଜଣ ରୋଗୀ ପଞ୍ଜୀକୃତ ହୋଇଥିଲେ ବୋଲି ଆଜି ଅପରାହ୍ନ ୪ଟାସମୟରେ ସୂଚନା ଦିଆ ଯାଉଚି। ସାପ୍ତାହିକ ବଜାର ପ୍ରାଙ୍ଗଣରେ ହୋଇଥିବା ସ୍ମୃତିଚାରଣ ସଭାରେ ଲୋଇସିଂହା ତହସିଲଦାର ଟିକୁନୁ ପୁଟା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପରେ କୀର୍ତ୍ତନ ଓ ନକଆଉଟ୍ ଫୁଟବଲ୍ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ଆୟୋଜକ ଥିଲେ ନରେଶ ସାହୁ।