ପାଲଲହଡା: ଖମାର ଟୋଲ ଗେଟ ଠାରେ ବିଜେଡ଼ିର ଧାରଣା ଓ ବିକ୍ଷୋଭ
ଖମାରସ୍ଥିତ ସତ୍ୟବନ୍ଧ ଗାଁ ନିକଟ ୧୪୯ ନମ୍ବର ଜାତୀୟ ରାଜପଥ ଉପରେ ଥିବା ଟୋଲ୍ଗେଟ୍ ଉଚ୍ଛେଦ ଏବଂ ପାଳଲହଡ଼ା ଠାରୁ ପିତିରି ପର୍ଯ୍ୟନ୍ତ ଜାତୀୟ ରାଜପଥର ପୂର୍ଣାଙ୍ଗ ମରାମତି ଦାବିରେ ପାଳଲହଡ଼ା ବିଜେଡି ପକ୍ଷରୁ ବୁଧବାର ସକାଳ ୮ ଘଟିକା ସମୟରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଦିଆଯାଇଛି । ପାଳଲହଡ଼ା ନିର୍ବାଚନ ମଣ୍ଡଳିର ପୂର୍ବତନ ବିଜେଡି ବିଧାୟକଙ୍କ ତତ୍ତ୍ୱାବଧାନରେ ୫ ଦଫା ଦାବି ନେଇ ଧାରଣା ଦିଆଯାଇଥିବା ଜଣାପଡିଛି ।