ବାମରା ବ୍ଲକ ସଦର ମହକୁମା ସ୍ଥିତ ମୁଣ୍ଡାଢ଼ିପା ଗ୍ରାମର ସ୍ବର୍ଗତ ତ୍ରିଲୋଚନ ନାଏକ ଙ୍କ ପୁଅ ଧର୍ମେନ୍ଦ୍ର ନାଏକ କୌଣସି କଥା କୁ ନେଇ ମାନସିକ ଚାପ୍ ରେ ରହିଥିଲେ। ମଙ୍ଗଳବାର ଭୋର ରେ ସେ ଘରୁ ଶୌଚ ପାଇଁ ବାହାରି ଆଉ ଘରକୁ ଫେରି ନଥିଲେ। ସକାଳ ପ୍ରାୟ ୭ ଟାରେ ତାଙ୍କ ଶବ ମୁଣ୍ଡାଢ଼ିପା ପ୍ରାଥମିକ ସ୍କୁଲ ନିକଟ ଏକ ନିମ୍ବ ଗଛରେ ଝୁଲୁଥିବା ଦେଖି କେତେକ ଗ୍ରାମବାସୀ ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ଗୋବିନ୍ଦପୁର ପୋଲିସ ଘଟଣାସ୍ଥଳ କୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।