ବାତିଲ ହେଲା ଆଠମଲ୍ଲିକ ଉପଖଣ୍ଡ ସ୍ତରୀୟ କୃଷି ଯାନ୍ତ୍ରିକୀକରଣ ମେଳା l ମେଳା ପାଇଁ ଆହ୍ବାନ ହୋଇଥିବା ଟେଣ୍ଡର ମଧ୍ୟ ବାତିଲ କଲା ଜିଲ୍ଲା ପ୍ରଶାସନ। ଏନେଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କାରଣ ଆସନ୍ତା ଡିସେମ୍ବର ୨୮ ତାରିଖରେ ବାମୁର ଠାରେ ଆୟୋଜିତ ହେବାକୁ ଯାଉଛି "ରାଜ୍ୟ ସ୍ତରୀୟ ଚଷା ମହାସମାବେଶ"। ଏହି ସମାବେଶରେ ମିଳିତ ଭାବେ ଆୟୋଜିତ ହେବ କୃଷି ଯାନ୍ତ୍ରିକକରଣ। ଫଳରେ ଆଠମଲ୍ଲିକ କାର୍ଯ୍ୟକ୍ରମ ବାତିଲ କଲା ଜିଲ୍ଲା ପ୍ରଶାସନ।