ରାଜଗାଙ୍ଗପୁର: ବିରତୋଲା ହାଇସ୍କୁଲ ରେ ବିଜ୍ଞାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଳକ ଅନ୍ତର୍ଗତ ବିରତୋଲା ହାଇସ୍କୁଲ ପ୍ରାଙ୍ଗଣରେ ଆଜି ବ୍ଳକ ସ୍ତରୀୟ ବିଜ୍ଞାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ କୁତ୍ରା ବ୍ଳକ ଅଧ୍ୟକ୍ଷା ଶାନ୍ତିଲତା ଲାକ୍ରା ମୁଖ୍ୟ ଅତିଥି ଭାବ ରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ କୁତ୍ରା ବ୍ଳକ ଶିକ୍ଷା ଅଧିକାରୀ ଅନନ୍ତ ନାଏକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।