ଡାବୁଗାଁ: ପାପଡାହାଣ୍ଡି ଠାରେ ଓଡିଶା ମୋଟର ଚାଳକ ସଂଘ ତରଫରୁ ଚାଳକ ଦିବସ ପାଳିତ
ଆଜି ପାପଡାହାଣ୍ଡି ଠାରେ ଓଡିଶା ମୋଟର ଚାଳକ ସଂଘ ପାପଡାହାଣ୍ଡି ଶାଖା ତରଫରୁ ଚାଳକ ଦିବସ ପାଳିତ ହୋଇଯାଇଛି | ଏହି ଅଵସରରେ ସଂଘରେ କର୍ମ କର୍ତା ମାନେ ସ୍ଥାନୀୟ ବସଷ୍ଟାଣ୍ଡ ଛକ ରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି ଡାକ ବଙ୍ଗଳାରେ ପହଂଚି ଥିଲେ | ସେଠାରେ ଚାଳକ ଦିବସ ନେଇ ଆଲୋଚନା ହୋଇଥିଲା | ଚାଳକ ମାନଙ୍କରେ ବିଭିନ୍ନ ସମସ୍ୟା ଓ ତାର ପ୍ରତିକାର କିପରି ହେବ ସେନେଇ ଆଲୋଚନା ହୋଇଥିଲା |